ଓଡିଆନ୍ ନ୍ୟୁଜ

195

ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆ ମାଟିରେ ଟେଷ୍ଟ ଶୃଙ୍ଖଳା ଜିତିଲା ଟିମ ଇଣ୍ଡିଆ

Team Odian News |

ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆ ମାଟିରେ ଟେଷ୍ଟ ଶୃଙ୍ଖଳା ଜିତିଲା ଟିମ ଇଣ୍ଡିଆ 

 
ନୂଆଦିଲ୍ଲୀ,୭ /୧(ଓଡ଼ିଆନ ନ୍ୟୁଜ):ଟିମ୍‌ ଇଣ୍ଡିଆ ୭୨ ବର୍ଷର୍ରୁ ଯେଉଁ କାମ କରିବା ପାଇଁ ଅପେକ୍ଷା କରିଥିଲା, ତାହାକୁ ସୋମବାର ପୂରଣ କରିଛି ଅଧିନାୟକ ବିରାଟ କୋହଲିଙ୍କ ଟିମ୍‌। ଅଷ୍ଟ୍ରେଲିଆ ମାଟିରେ ଟେଷ୍ଟ ଶୃଙ୍ଖଳା ଜିତି ବିରାଟ କୋହଲି ପ୍ରଥମ ଏସୀୟ ମହାଦେଶୀୟ ଅଧିନାୟକ ଭାବରେ ଇତିହାସ ରଚିଛନ୍ତି। ଭାରତ ବ୍ୟତୀତ ପାକିସ୍ତାନ, ଶ୍ରୀଲଙ୍କା ଓ ବାଂଲାଦେଶ ଏପର୍ଯ୍ୟନ୍ତ ମୋଟ ୩୧ ଟେଷ୍ଟ ମ୍ୟାଚ ଖେଳିଛନ୍ତି। ଏହାରି ଭିତରେ ୨୮ ଜଣ ଅଧିନାୟକ ଅଷ୍ଟ୍ରେଲିଆ ବିରୋଧରେ ନିଜ ଦେଶ ପାଇଁ ନେତୃତ୍ୱ ନେଇଛନ୍ତି। ଏସିଆ ମହାଦେଶର ଅନେକ ଗୁଡ଼ିଏ ଅଧିନାୟକଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆରେ ଟେଷ୍ଟ ମ୍ୟାଚ ଖେଳାଯାଇଛି କିନ୍ତୁ କୋହଲିଙ୍କ ଦଳ ଲକ୍ଷ୍ୟ ହାସଲ କରିବାରେ ସକ୍ଷମ ହୋଇଛି ।