ଓଡିଆନ୍ ନ୍ୟୁଜ

112

ପ୍ରଥମ ଟ୍ୱେଣ୍ଟି-୨୦ମ୍ୟାଚରେ ରେ ଭାରତ, ଅଷ୍ଟ୍ରେଲିଆକୁ ୯ ୱିକେଟରେ ପରାସ୍ତ କଲା

Team Odian News |

ପ୍ରଥମ ଟ୍ୱେଣ୍ଟି-୨୦ମ୍ୟାଚରେ ରେ ଭାରତ, ଅଷ୍ଟ୍ରେଲିଆକୁ ୯ ୱିକେଟରେ ପରାସ୍ତ କଲା

ରାଞ୍ଚି,,୮/୧୦( ଓଡ଼ିଆନ୍‍ ନ୍ୟୁଜ୍‍ ଟିମ୍ ): ପ୍ରଥମ ଟ୍ୱେଣ୍ଟି-୨୦ମ୍ୟାଚରେ ରେ ଭାରତ, ଅଷ୍ଟ୍ରେଲିଆକୁ ୯ ୱିକେଟରେ ପରାସ୍ତ କରିଛି । ଫଳରେ ୩ ମ୍ୟାଚ୍‌ର ସିରିଜ୍‌ରେ ଭାରତ ୧-୦ରେ ଆଗୁଆ ରହିଛି । ତେଣୁ ଦିନିକିଆ ସିରିଜ୍‌ ପରେ ଟ୍ୱେଣ୍ଟି-୨୦ରେ ମଧ୍ୟ ଅଷ୍ଟ୍ରେଲିଆ ବିରୋଧରେ ଭାରତର ପ୍ରାଧାନ୍ୟ ଅବ୍ୟାହତ ରହିଛି । ବୋଲରଙ୍କ ସଫଳତାକୁ ଆଧାର କରି ଶନିବାର ବର୍ଷା ବାଧାପ୍ରାପ୍ତ ପ୍ରଥମ ଟ୍ୱେଣ୍ଟି-୨୦ରେ ଭାରତୀୟ ଦଳ ଡକ୍‌ୱର୍ଥ-ଲୁଇସ୍‌ ନିୟମରେ ୯ ୱିକେଟରେ ସହଜ ବିଜୟ ହାସଲ କରିଛି । ଭାରତୀୟ ବୋଲର ଚମତ୍କାର ବୋଲିଂ ଫଳରେ ୧୮.୪ ଓଭରରେ ଅଷ୍ଟ୍ରେଲିଆ ୮ ୱିକେଟରେ ମାତ୍ର ୧୧୮ ରନ୍‌ କରିଥିଲା । ଏହି ସମୟରେ ବର୍ଷା ହେବାରୁ ଖେଳ ବନ୍ଦ ରହିଥିଲା । ୨ ଘଣ୍ଟା ପରେ ଖେଳ ଆରମ୍ଭହେବାରୁ ଡକ୍‌ୱର୍ଥ-ଲୁଇସ୍‌ ନିୟମରେ ଭାରତକୁ ୬ ଓଭରରେ ୪୮ ରନ୍‌ର ବିଜୟଲକ୍ଷ୍ୟ ମିଳିଥିଲା । ଯାହାକୁ ଭାରତ ୫.୩ ଓଭରରେ ୧ ୱିକେଟ ହରାଇ ହାସଲ କରି ନେଇଥିଲା । କମ୍ଓ ରନର ବିଜୟ ଲକ୍ଷ୍ୟ ଥିବାବେଳେ ରୋହିତ ଶର୍ମା ୧୧ ରନ୍‌କରି ଆଉଟ ହୋଇଯାଇଥିଲେ। ଅଧିନାୟକ ବିରାଟ କୋହଲି ୩ଟି ଚୌକା ସହ ୨୨ ଓ ଶିଖର ଧାୱନ ୩ଟି ଚୌକା ସହ ୧୫ ରନ୍‌କରି ଅପରାଜିତ ଥିଲେ । ଆସନ୍ତା ୧୦ ତାରିଖ ମଙ୍ଗଳବାର ୨ୟ ଟ୍ୱେଣ୍ଟି-୨୦ ମ୍ୟାଚ ଗୁଆହାଟୀ ଖେଳାଯିବ । ଭାରତ ଟସ୍‌ ଜିତି ଫିଲ୍‌ଡିଂ ନେଇଥିଲା । ଷ୍ଟିଭେନ୍‌ ସ୍ମିଥ୍‌ଙ୍କ ସ୍ଥାନରେ ଦଳର ନେତୃତ୍ୱ ନେଇଥିବା ଓପ୍‌ନର ଡେଭିଡ୍‌ ୱାର୍ଣ୍ଣର ପ୍ରଥମ ଓଭରରେ ଭୁବନେଶ୍ୱର କୁମାରଙ୍କୁ ଲାଗଲାଗ ୨ଟି ଚୌକାମାରିବା ପରେ ବୋଲ୍‌ଡ ହୋଇ ଯାଇଥିଲେ । ତେବେ ଅନ୍ୟପଟେ ଆରୋନ୍‌ ଫିଞ୍ଚ୍‌ ତାଙ୍କ ଚମତ୍କାର ଫର୍ମ ବଜାୟରଖି ଦ୍ରୁତଗତିରେ ସ୍କୋର୍‌କରିବା ଜାରି ରଖିଥିଲେ । ବ୍ୟାଟିଂକ୍ରମରେ ପଦୋନ୍ନତି ପାଇଥିବା ଗ୍ଲେନ୍‌ ମ୍ୟାକ୍ସୱେଲ ସ୍ୱାଭାବିକ ବ୍ୟାଟିଂ କରି ପାରିନଥିଲେ । ୧୬ ବଲ୍‌ରୁ ୨ଟି ଚୌକା ସହ ୧୭ ରନ୍‌କରି ମ୍ୟାକ୍ସୱେଲ ଚଳିତ ଗସ୍ତରେ ୪ର୍ଥ ଥର ପାଇଁ ଲେଗ୍‌ସ୍ପିନର ୟୁଜୁବେନ୍ଦ୍ର ଚହଲଙ୍କ ଶିକାର ହୋଇଥିଲେ । ୧୦ମ ଓଭରରେ ଫିଞ୍ଚ୍‌ ଆଉଟ ହୋଇଯିବା ଅଷ୍ଟ୍ରେଲିଆ ପାଇଁ ବିପଦକୁ ଡାକି ଆଣିଥିଲା । ଫିଞ୍ଚ୍‌ ମାତ୍ର ୩୦ ବଲ୍‌ରୁ ଗୋଟିଏ ଛକା ଓ ୪ଟି ଚୌକା ସହ ୪୨ ରନ୍‌ କରିଥିଲେ । ଏହାସହ ୫୬ ବଲ୍‌ରୁ ମାତ୍ର ୩୧ ରନ୍‌ ହୋଇଥିବା ବେଳେ ୬ଟି ୱିକେଟ ପଡ଼ି ଯାଇଥିଲା । ଟ୍ରାଭିସ୍‌ ହେଡ୍‌ ୯, ମୋଇଜେସ୍‌ ହେନ୍‌ରିକ୍‌ସ ୮, ଟିମ୍‌ ପେନ୍‌ ୧୭, ଡାନିଏଲ୍‌ କ୍ରିଷ୍ଟିଆନ୍‌ ୯ ଓ ନାଥାନ୍‌ କୌଲ୍‌ଟର-ନାଇଲ୍‌ ୧ ରନ୍‌କରି ଆଉଟ ହୋଇଥିଲେ । ଯଶପ୍ରୀତ ବୁମ୍‌ରା ଓ କୁଲଦୀପ ଯାଦବ ୨ଟି ଲେଖାଏଁ ୱିକେଟ ନେଇଥିଲେ । କୁଲଦୀପ ଯାଦବ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ହୋଇଛନ୍ତି ।