ଓଡିଆନ୍ ନ୍ୟୁଜ

116

ରାଜ୍ୟସ୍ତରୀୟ ରାଜକନିକା କପ୍ ଫୁଟବଲ: କିଶୋର କ୍ଲବ ସେମିରେ

Team Odian News |

ରାଜ୍ୟସ୍ତରୀୟ ରାଜକନିକା କପ୍ ଫୁଟବଲ: କିଶୋର କ୍ଲବ ସେମିରେ
କେନ୍ଦ୍ରାପଡ଼ା,୧୪/୧୦( ଓଡ଼ିଆନ୍‍ ନ୍ୟୁଜ୍‍): କେନ୍ଦ୍ରାପଡ଼ା ଜିଲାର ରାଜକନିକା ଆଥ୍ଲେଟିକ୍ ଆସୋସିଏସନ୍ ଆନୁକୂଲ୍ୟରେ ଆୟୋଜିତ ରାଜ୍ୟସ୍ତରୀୟ ରାଜକନିକା କପ୍ ଫୁଟ୍ବଲ ଟୁର୍ଣ୍ଣାମେଣ୍ଟର ଶନିବାର ପ୍ରଥମ କ୍ୱାଟର ଫାଇନାଲ ମ୍ୟାଚରେ କିଶୋର କ୍ଲବ, ଭୁବନେଶ୍ୱର ଟ୍ରାଇବ୍ରେକର ଜରିଆରେ ୫-୩ ଗୋଲରେ ବାଲାଜୀ ସ୍ପୋଟିଂ କ୍ଲବ, ଜଟଣୀକୁ ହରାଇ ପ୍ରଥମ ସେମିଫାଇନାଲକୁ ପ୍ରବେଶ କରିଛି । ଆର୍‍ଏନ୍‍ ହାଇସ୍କୁଲ  ଷ୍ଟାଡିୟମରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ଆଜି ଅନୁଷ୍ଠିତ ମ୍ୟାଚଟି ଅମିମାଂସିତ ଭାବେ ଶେଷ ହେବାରୁ ଟ୍ରାଇବ୍ରେକର ଜରିଆରେ ଖେଳର ଫଳାଫଳ ନିର୍ଣ୍ଣୟ କରାଯାଇଥିଲା । କିଶୋର କ୍ଲବର ଗୋଲରକ୍ଷକ ଅଜୟ ଖାଡ଼ିଆଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଭାବେ ଦୀଲିପ୍ ବେହେରା ସ୍ମାରକୀ ଟ୍ରଫି ପ୍ରଦାନ କରାଯାଇଥିଲା । ଆଜିର ମ୍ୟାଚରେ କେନ୍ଦୁଝର ପୂର୍ତ୍ତ ବିଭାଗ ସୁପରିଟେଣ୍ଡଣ୍ଟଇଂଜିନିୟର ଶୈଳେନ୍ଦ୍ର କୁମାର ସୂତାର ମୁଖ୍ୟଅତିଥି ଭାବେ ଯୋଗଦେଇଥିବାବେଳେ, ସମ୍ମାନିତ ଅତିଥିଭାବେ ରାଜକନିକା ବକ୍ଲର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସଂଯୁକ୍ତାରାଣୀ ସିଂ, ଓଳାଭର କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଧୀରେନ୍ କୁମାର ବାରିକ୍ ଏବଂ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ କାନ୍ତିଲତା ପରିଡ଼ା ପ୍ରମୁଖ ଯୋଗଦେଇ କ୍ରୀଡ଼ାବିତ୍ ମାନଙ୍କ ସହିତ ପରିଚିତ ହୋଇଥିଲେ । ଆଜିର ଏହି ଖେଳକୁ ସୁବ୍ରତ ପୁରୋହିତ, ପ୍ରୀତମ୍ ସାଇମନ ବିଶ୍ୱାଳ, ସୁଜିତ୍ ପାତ୍ର, କାର୍ତ୍ତିକ ଦାସ ଓ ପ୍ରହଲ୍ଲାଦ ଜେନା ପ୍ରମୁଖ ପରି·ଳନା କରିଥିଲେ । ଆସୋସିଏସନର ସାଧାରଣ ସମ୍ପାଦକ ଅଜୟ କୁମାର ନାୟକ, ସହସମ୍ପାଦକ ଶୁଭ୍ରାଂଶୁ ଭୂଷର ସୂତାର , ଉପଦେଷ୍ଟା କପିଳେନ୍ଦ୍ର ମଲ୍ଲିକ, ଫକୀର ଚନ୍ଦ୍ର ପ୍ରଧାନ, ଅମିତାଭ କରଣ, ଦେବେନ୍ଦ୍ର ନାୟକ, ମନୋରଂଜନ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହିଥିବାବେଳେ, ଭାଷ୍ୟକାରଭାବେ ଶିବ ପ୍ରସାଦ ମଲ୍ଲିକ୍ ଓ ଶରତ କୁମାର ଜେନା ଖେଳ ବିବରଣୀ ପ୍ରଦାନ କରିଥିଲେ । ବେଣୁଧର ପରିଡ଼ା, ଅଜୟ କୁମାର ରାଉତ, ରାଜକିଶୋର ରାଉତ ଓ କୁଳମଣି ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରି·ଳନାରେ ସହଯୋଗ କରିଥିଲେ ।