ଓଡିଆନ୍ ନ୍ୟୁଜ

153

କଟକ ଟି-୨୦: ଲୋକେଶ ରାହୁଲଙ୍କ ଅର୍ଦ୍ଧଶତକ, ଶ୍ରୀଲଙ୍କାକୁ ୧୮୧ ରନ୍‌ ଟାର୍ଗେଟ ଦେଲା ଭାରତ

Team Odian News |

 କଟକ ଟି-୨୦: ଲୋକେଶ ରାହୁଲଙ୍କ ଅର୍ଦ୍ଧଶତକ, ଶ୍ରୀଲଙ୍କାକୁ ୧୮୧ ରନ୍‌ ଟାର୍ଗେଟ ଦେଲା ଭାରତ
କଟକ,୨୦/୧୨( ଓଡ଼ିଆନ୍‍ ନ୍ୟୁଜ୍‍ ): ଓପନର ଲୋକେଶ ରାହୁଲ କ୍ୟାରିୟରର ଅନ୍ୟତମ ଅର୍ଦ୍ଧଶତକ (୨ୟ) ବଳରେ ଭାରତ ୧୮୧ ରନ୍‌ ବିଜୟ ଲକ୍ଷ୍ୟ ଭ୍ରମଣକାରୀ ଶ୍ରୀଲଙ୍କାକୁ ଦେଇଛି। ବାରବାଟୀ ଷ୍ଟାଡିୟମରେ ବୁଧବାର ପ୍ରଥମ ଟି-୨୦ ମ୍ୟାଚ୍‌ରେ ଭାରତ ନିର୍ଦ୍ଧାରିତ ଓଭରରେ ୩ଟି ଓ୍ଵିକେଟ ହରାଇ ୧୮୦ ରନ୍‌ ସଂଗ୍ରହ କରିଛି। ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି(ଅପରାଜିତ ୩୯)ଙ୍କ ହ୍ୟାଲିକପ୍ଟର ସର୍ଟରେ ଦର୍ଶକ ଉତ୍ସାହିତ ହୋଇ ଉଠିଥିଲେ। ସେହିଭଳି ମନୀଷ ପାଣ୍ଡେ(ଅପରାଜିତ ୩୨) ଶ୍ରୀଲଙ୍କା ବୋଲରଙ୍କୁ ନିର୍ଧୂମ ପ୍ରହାର କରି ଧୋନିଙ୍କ ସହିତ ହାତ ମିଳାଇଥିଲେ। ଧୋନି ଶେଷ ବଲକୁ ଛକା ମାରିଥିଲେ। ଶେଷ ୫ଟି ଓଭରରେ ଶ୍ରୀଲଙ୍କାର ବୋଲରମାନେ ଭାରତର ଓ୍ଵିକେଟ ନେବାକୁ ବିପୁଳ ଉଦ୍ୟମ କରିଥିଲେ ମଧ୍ୟ ଆଶା ପୂରା ହୋଇ ପାରି ନଥିଲା।