ଓଡିଆନ୍ ନ୍ୟୁଜ

156

ଇତିହାସ ରଚିଲେ ଆଞ୍ଚଲ୍‌ ଠାକୁର ପ୍ରଥମ ଭାରତୀୟ ମହିଳା ଭାବେ ସ୍କିଙ୍ଗ୍‌ରେ ବ୍ରୋଞ୍ଜ୍‌ ପଦକ ବିଜୟୀ

Team Odian News |

ଇତିହାସ ରଚିଲେ ଆଞ୍ଚଲ୍‌ ଠାକୁର
ପ୍ରଥମ ଭାରତୀୟ ମହିଳା ଭାବେ ସ୍କିଙ୍ଗ୍‌ରେ ବ୍ରୋଞ୍ଜ୍‌ ପଦକ ବିଜୟୀ

ନୂଆଦିଳ୍ଲୀ,୧୦/୧ (ଓଡ଼ିଆନ୍‍ ନ୍ୟୁଜ୍‍):ଭାରତର ଆଞ୍ଚଲ୍‌ ଠାକୁର ସ୍କିଙ୍ଗ୍‌ରେ ଆନ୍ତର୍ଜାତିକ ପଦକ ବିଜୟୀ ହୋଇ ଇତିହାସ ସୃଷ୍ଟି କରିଛନ୍ତି । ୨୧ ବର୍ଷ ବୟସ୍କା ଆଞ୍ଚଲ୍‌ ତୁର୍କୀରେ ଫେଡେରେସନ୍‌ ଇଣ୍ଟରନେସନାଲ ଡି ସ୍କି ରେସ ଦ୍ୱାରା ଏରଜୁରାମ୍‌ରେ ଆୟୋଜିତ ଆଲ୍‌ପାଇନ୍‌ ଇଜ୍‌ଦର-୩୨୦୦ କପ୍‌ରେ ବ୍ରୋଞ୍ଜ୍‌ ପଦକ ହାସଲ କରିଛନ୍ତି । ସେ ସ୍ଲାଲୋମ୍‌ ରେସ୍‌ ବର୍ଗରେ ଏହି ପଦକ ବିଜୟୀ ହୋଇଛନ୍ତି । ପ୍ରଥମ ଭାରତୀୟ ମହିଳା ଭାବେ ଆଞ୍ଚଲ୍‌ ସ୍କିଙ୍ଗ୍‌ରେ ପଦକ ଜିତିବାର ଗୌରବ ହାସଲ କରିଛନ୍ତି । ହିମାଚଳ ପ୍ରଦେଶର ଆଞ୍ଚଲ୍‌ ବେଶ କିଛି ଦିନ ଧରି ଏହି ଶୀତକାଳୀନ  କ୍ରୀଡା ଅଭ୍ୟାସ କରୁଥିଲେ । ତାଙ୍କ ପିତା ରୋଶନ ଠାକୁର ଭାରତୀୟ ଶୀତକାଳୀନ କ୍ରୀଡା ମହାସଂଘର ସାଧାରଣ ସଂପାଦକ ଅଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଞ୍ଚଲ୍‌ଙ୍କର ଏହି ସଫଳତାପାଇଁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଟ୍ୱିଟ୍‌ କରି ସେ କହିଛନ୍ତି, ଏହି ଐତିହାସିକ ବିଜୟ ପାଇଁ ସମଗ୍ର ଦେଶ ଗର୍ବ ଅନୁଭବ କରୁଛି । କ୍ରୀଡା ମନ୍ତ୍ରୀ କର୍ଣ୍ଣେଲ ରାଜ୍ୟବର୍ଦ୍ଧନ ସିଂହ ରାଠୋର ମଧ୍ୟ ଆଞ୍ଚଲ୍‌ଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଟ୍ୱିଟ୍‌ କରି ସେ କହିଛନ୍ତି, ଯେ ସ୍କିଙ୍ଗ୍‌ରେ ଭାରତ ପ୍ରଥମଥର ପାଇଁ ପଦକ ଜିତି ନିଜର ଅଭିଯାନ ଆରମ୍ଭ କରିଛି ।