ଓଡିଆନ୍ ନ୍ୟୁଜ

100

ଗୋବିନ୍ଦଙ୍କୁ ଖେଳପ୍ରେମୀଙ୍କ ଶୁଭକାମନା

Team Odian News |

ଗୋବିନ୍ଦଙ୍କୁ ଖେଳପ୍ରେମୀଙ୍କ ଶୁଭକାମନା
ରାଉରକେଲା,୨୫/୯(ଓଡ଼ିଆନ୍ ନ୍ୟୁଜ୍): ଭାରତୀୟ ବୋର୍ଡ଼ ସଭାପତି ଏକାଦଶର ଦିନିକିଆ ଦଳରେ ସ୍ଥାନ ପାଇ ପ୍ରଥମଥର ପାଇଁ ବିଦେଶ ବିପକ୍ଷରେ ଖେଳିବାର ସୁଯୋଗ ପାଉଥିବା ଓଡ଼ିଶା ଯୁବକ୍ରିକେଟିୟର ଗୋବିନ୍ଦପୋଦ୍ଦାରଙ୍କୁ ନେଇ ତାଙ୍କର ପ୍ରଥମ କ୍ରୀଡ଼ାଭୂମିରେ ବ୍ୟାପକ ଉତ୍ସହା ପରିଲକ୍ଷିତ ହୋଇଛି । ରାଉରକେଲା ବାସନ୍ତୀ କଲୋନୀରେ ରହୁଥିବା ଏହି ଯୁବ ପ୍ରତିଭା ରାଉରକେଲା ମାଟିରୁ ଖେଳ ଆରମ୍ଭ କରି ରାଜ୍ୟ ଓ ଜାତୀୟ ସ୍ତରରେ  ନିଜ କ୍ରିଡ଼ା ନୈପୁଣ୍ୟତାର ପରିଚୟ ଦେଇଛନ୍ତି । ଓଡ଼ିଶା ରଣଜୀଟ୍ରଫି ଦଳର ଅଧିନାୟକ ଭାବେ ସଫଳତା ସହ ନିଜର ନେତୃତ୍ୱ ଦକ୍ଷତା ଦେଖି ସାରିଛନ୍ତି । ବର୍ତ୍ତମାନ ତାଙ୍କୁ ମିଳିଥିବା ଏହି ସୁଯୋଗ ତାଙ୍କ କ୍ୟାରିୟର ପାଇଁ ଏକ ବଡ଼ସଫଳତା ଆଣିଦେବ ବୋଲି ତାଙ୍କୁ ଅନେକ କ୍ରୀଡ଼ା ସଂଗଠନ ଓ ଶୁଭେଚ୍ଛୁମାନେ ସୁଭକାମନା ଦେଇ ଏହି ମତ ଦେଇଛନ୍ତି ।  ଗୋବିନ୍ଦଙ୍କର ପିତା ଭକ୍ତିରଂଜନ ପୋଦ୍ଦାର ଓ ପରିବାର ବର୍ଗ ପୁଅର ଏହି ସଫଳତାରେ ବେଶ ଖୁସିଥିବାର କହିଛନ୍ତି । ତାଙ୍କ ବାପା କହିଛନ୍ତି ଯେ ପିଲାଟି ଦିନରୁ ଗୋବିନ୍ଦଙ୍କର କ୍ରିକେଟ ପ୍ରତି ଅହେତୁକ ଭଲପାଇବା ରହିଥିଲା । କମ୍ ବୟସରୁ ଏହି ଖେଳରେ ସେ କମାଲ ଦେଖାଉଥିଲେ । ତେବେ ୧୩ ବର୍ଷ ବୟସରୁ ଗୋବିନ୍ଦଙ୍କ କ୍ରିକେଟ କ୍ୟାରିୟରକୁ ନୂଆ ରୂପ ଦେଇଥିଲେ ତାଙ୍କ କୋଚ ବିଶିଷ୍ଟ କ୍ରିକେଟ ଖେଳାଳି ସ୍ୱର୍ଗତ ହରମୋହନ ପ୍ରହରାଜ  । ତାଙ୍କର ସଫଳତମ ପ୍ରଶିକ୍ଷଣ ୧୬ବର୍ଷରୁ କମ୍ ଟିମ୍ ଠାରୁ ଆରମ୍ଭ ହୋଇଥିଲା । ସବୁକ୍ଷେତ୍ରରେ ସେ ସଫଳତାର ନୂଆ ଅଧ୍ୟାୟ ଆରମ୍ଭ କରିଥିବା ବେଳେ ଏହି ସଫଳତାକୁ ଏବେ ପର୍ଯ୍ୟନ୍ତ ଜାରି ରଖିଛନ୍ତି । ବୋର୍ଡ଼ ଏକାଦଶରେ ସ୍ଥାନପାଇଥିବାରୁ ଗୋବିନ୍ଦ ସଫଳତାକୁ ପ୍ରଦର୍ଶନକରି ଜାତୀୟ ଚୟନକାରିଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ପାଦ୍ଦୋର ଆଶା ପ୍ରକଟ କରିଛନ୍ତି ।