ଓଡିଆନ୍ ନ୍ୟୁଜ

165

‘ରାଜକନିକାରେ କ୍ରୀଡ଼ାର ବିକାଶ ପାଇଁ ଅଗ୍ରାଧିକାର ଦିଆଯିବ’ -ଜିଲ୍ଲାପାଳ

Team Odian News |

‘ରାଜକନିକାରେ କ୍ରୀଡ଼ାର ବିକାଶ ପାଇଁ ଅଗ୍ରାଧିକାର ଦିଆଯିବ’ -ଜିଲ୍ଲାପାଳ 
ରାଜକନିକା,୨୯ା୮(ଓଡ଼ିଆନ୍ ନ୍ୟୁଜ୍): ରାଜକନିକା ଆଥ୍ଲେଟିକ୍ ଆସୋସିଏସନ୍ ଆନୁକୂଲ୍ୟରେ ଆର୍ଏନ୍ ଷ୍ଟାଡ଼ିୟମରେ ରେ ·ଲୁଥିବା ରାଜକନିକା  ପୁଟବଲ୍ ଲିଗ୍ର ଫାଇନାଲ ଖେଳରେ ନୃସିଂହନାଥ ବ୍ଲକ୍ ,ଗଞ୍ଜା, ୧-୦ ଗୋଲରେ ସତ୍ୟନାରାୟଣ କ୍ଲବ, ବାଘବୁଦାକୁ ପରାସ୍ତ କରି ଚଳିତ ବର୍ଷ ଚମ୍ପିୟନ ହୋଇଛି । ସଂଘର୍ଷ ପୂର୍ଣ୍ଣ ଫାଇନାଲ ମ୍ୟାଚରେ ଉଭୟ ଦଳ ଭଲ ଖେଳ ପ୍ରଦର୍ଶନ କରୁଥିଲେ ମଧ୍ୟ ନୃସିହନାଥ କ୍ଲବ୍, ଗଞ୍ଜା ୧-୦ ଗୋଲରେ ବିଜୟୀ ହୋଇଥିଲା । ଆସୋସିଏସନର ସଭାପତି ଦୋଳଗୋବିନ୍ଦ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଉଦ୍ୟାପନୀ ଉତ୍ସବରେ  ମୁଖ୍ୟଅତିଥି ଭାବେ କେନ୍ଦ୍ରାପଡ଼ା ଜିଲାପାଳ ଦାଶରଥି ଶତପଥୀ ଯୋଗ ଦେଇ ଆଜିର କ୍ରୀଡ଼ା ଦିବସରେ ରାଜକନିକା ଅଞ୍ଚଳରେ କ୍ରୀଡ଼ାର ବିକାଶରେ ଆଗାମୀ ଦିନରେ ସମସ୍ତ ସହଯୋଗ ଯୋଗାଇଦିଆଯିବ ବୋଲି ମତବ୍ୟକ୍ତ କରିଥିଲେ  । ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ବଂଶୀଧର ରାଉତ ଯୋଗଦେଇ ରାଜକନିକାର ଅତୀତ ଫୁଟବଲ ଇତିହାସକୁ ଉଜ୍ଜିବିତ୍ କରିବାକୁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ  ।  ସମ୍ମାନିତ ଅତିଥିଭାବେ ଜିଲା କ୍ରୀଡ଼ା ସଂସଦର ସଂପାଦକ ସୟଦ୍ ଅକମଲ୍ଲ ଅଲ୍ଲୀ, ସଭ୍ୟ ଦିବାକର ଜେନା, ଜିଲା କ୍ରୀଡ଼ା ଅଧିକାରୀ ଲୋକନାଥ ପାଣିଗ୍ରାହୀ, ରାଜକନିକା ପଞ୍ଚାୟତ ସମିତି ଅଧ୍ୟକ୍ଷା ସାବିତ୍ରୀ ଦାସ , ରାଜକନିକା ବିଡ଼ିଓ ଡ଼ିଏସ୍ ଶୁଭଦର୍ଶନୀ ଯୋଶୀ ଏବଂ ପୂର୍ବତନ ଅଧ୍ୟକ୍ଷ କପିଳେନ୍ଦ୍ର ମଲ୍ଲିକ ଯୋଗଦେଇ ଚମ୍ପିୟନ ଦଳକୁ ୫ହଜାର ଟଙ୍କା ଓ ରନର୍ସଅପ୍  ଦଳକୁ ୩ହଜାର ଟଙ୍କା  ପ୍ରଦାନ କରିଥିଲେ । ଆସୋସିଏସନର ସମ୍ପାଦକ ଅଜୟ କୁମାର ନାୟକ ସମ୍ପାଦକୀୟ ବିବରଣୀ ପାଠ ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶ୍ରେଷ୍ଠ ଖେଳାଳୀ ଭାବେ ଆଫ୍ରିଦ୍ ଖାଁ ଜିଲା କ୍ରୀଡ଼ା ସଂସଦ ତରଫରୁ ୫୦୦ ଟଙ୍କା ଓ ରଙ୍ଗାଧର ତରାଇ ଟ୍ରଫି ପ୍ରଦାନ କରାଯାଇଥିଲା  । ଅନ୍ୟମାନଙ୍କ ମଧ୍ୟରେ କୋଷଧ୍ୟକ୍ଷ ଦେବେନ୍ଦ୍ର ନାୟକ, ସହ ସଂପାଦକ ଶୁଭ୍ରାଂଶୁ ସୂତାର ଏବଂ ଅଜୟ କୁମାର ରାଉତ ପ୍ରମୁଖ ଉପସ୍ଥିତ ରହିଥିଲେ  । ଶେଷରେ  ଉପସଭାପତି ବୈକୁଣ୍ଠନାଥ ପରିଡ଼ା ଧନ୍ୟବାଦ୍ ଅର୍ପଣ କରିଥିଲେ  । ଆଜିର ଖେଳକୁ  ରେଫେରୀ ପ୍ରାଣବନ୍ଧୁ ରାଉତ, ପ୍ରଶାନ୍ତ ସେନାପତି, ଶରତ ଜେନା, ମ୍ୟାଚ୍ ରେଫେରୀ ଗୋଲେଖ ବିହାରୀ ମଲ୍ଲିକ ଏବଂ ସଂଯୋଜକ ଶିବ ପ୍ରସାଦ ମଲ୍ଲିକ ପରିଚାଳନା କରିଥିଲେ  ।