ଓଡିଆନ୍ ନ୍ୟୁଜ

150

ରୋହିତ ଦିନିକିଆରେ ୨ ସ୍ଥାନରେ

Team Odian News |

ରୋହିତ ଦିନିକିଆରେ ୨ ସ୍ଥାନରେ 


ନୂଆଦିଲ୍ଲୀ ,୧/୧୦(ଓଡ଼ିଆନ୍ ନ୍ୟୁଜ୍) :ଏସିଆ କପ୍‍ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଦଳର ନେତୃତ୍ୱ ନେଇ ରୋହିତ ଶର୍ମା ଭାରତକୁ ସପ୍ତମ ଥର ପାଇଁ ଚମ୍ପିଆନ କରାଇଛନ୍ତି। ଚଳିତ ଟୁର୍ଣ୍ଣାମେଣ୍ଟରେ ରୋହିତ ମୋଟ ୩୧୭ ରନ ସ୍କୋର କରିଥିଲେ। ଏହି ବ୍ୟାଟିଂ ସଫଳତା ପାଇଁ ରୋହିତଙ୍କ ମାନ୍ୟତାରେ ଉନ୍ନତି ଘଟିଛି। ରବିବାର ଆଇସିସି ପକ୍ଷରୁ ପ୍ରକାଶିତ ଦିନିକିଆ ବ୍ୟାଟସମ୍ୟାନଙ୍କ ତାଲିକାରେ ରୋହିତ ଦୁଇଟି ପାହ୍ୟା ଉପରକୁ ଉଠି ୨ୟ ସ୍ଥାନରେ ପହଞ୍ଚିଛନ୍ତି। ଫଳରେ ଏହି ତାଲିକାର ପ୍ରଥମ ଦୁଇଟି ସ୍ଥାନ ବର୍ତ୍ତମାନ ଭାରତୀୟ ଖେଳାଳିଙ୍କ ଅକ୍ତିଆରକୁ ଆସିଛି। ଭାରତୀୟ ଅଧିନାୟକ ବିରାଟ କୋହଲି ୮୮୪ ପଏଣ୍ଟ ସହ ଶୀର୍ଷ ସ୍ଥାନ ବଜାୟ ରଖିଥିବାବେଳେ ରୋହିତ ୮୪୨ ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ରୋହିତ ଅବଶ୍ୟ ଚଳିତବର୍ଷ ଜୁଲାଇରେ ତାଲିକାର ୨ୟ ସ୍ଥାନରେ ରହିଥିଲେ ସୁଦ୍ଧା ପରବର୍ତ୍ତୀ ସମୟରେ ତାଙ୍କର ମାନ୍ୟତା ହ୍ରାସ ପାଇଥିଲା। ତାଲିକାର ଶ୍ରେଷ୍ଠ ଦଶ ମଧ୍ୟରେ ଶିଖର ଧାୱନ (୮୦୨ ପଏଣ୍ଟ) ଅନ୍ୟ ଭାରତୀୟଭାବେ ସ୍ଥାନ ପାଇଛନ୍ତି। ସଦ୍ୟସମାପ୍ତ ଏସିଆ କପ୍‍ରେ ସର୍ବାଧିକ ୩୪୨ ରନ କରିବାପରେ ଧାୱନ ଚାରିଟି ପାହ୍ୟା ଉପରକୁ ଉଠି ୫ମ ସ୍ଥାନରେ ଉପନୀତ ହୋଇଛନ୍ତି।