ଓଡିଆନ୍ ନ୍ୟୁଜ

101

ପ୍ରଥମ ବଲ୍‌ରେ ଅଫ୍‌ ଷ୍ଟମ୍ପ, ଦ୍ୱିତୀୟରେ ଲେଗ୍‌ ଷ୍ଟମ୍ପ, ତୃତୀୟରେ ବୁମ୍‌ରାହ କରିଦେଲେ ବୁମ୍‌ - ବୁମ୍‌

Team Odian News |

ପ୍ରଥମ ବଲ୍‌ରେ ଅଫ୍‌ ଷ୍ଟମ୍ପ, ଦ୍ୱିତୀୟରେ ଲେଗ୍‌ ଷ୍ଟମ୍ପ, ତୃତୀୟରେ ବୁମ୍‌ରାହ କରିଦେଲେ ବୁମ୍‌ - ବୁମ୍‌
ବାଙ୍ଗାଲୁର, ସେପ୍ଟେମ୍ବର ୨୭(ଓଡ଼ିଆନ୍ ନ୍ୟୁଜ୍ ଟିମ୍):: ଅଷ୍ଟ୍ରେଲିଆ ବିରୁଦ୍ଧରେ ଚାଲିଥିବା ଦିନିକିଆ ସିରିଜ୍‌ର ଚତୁର୍ଥ ମ୍ୟାଚ୍‌ ପାଇଁ ବାଙ୍ଗାଲୁରରେ ଅଭ୍ୟାସ କରୁଛି ଟିମ୍‌ ଇଣ୍ଡିଆ । ଆସନ୍ତା ୨୮ ସେପ୍ଟେମ୍ବରରେ ବିରାଟ ବିଗ୍ରେଡ୍‌ ୪-୦ରେ ନିଶ୍ଚୟ ମ୍ୟାଚ୍‌ ଜିତିବାକୁ ଚାହିଁବ । ଭାରତୀୟ ଦଳର ବିଜୟ ରଥକୁ ଆଗକୁ ନେବା ପାଇଁ ବୋଲର୍‌ ବୁମ୍‌ରାହ କିଛି ଖାସ୍‌ ପ୍ରସ୍ତୁତି କରୁଛନ୍ତି, ଯାହା ଆପଣଙ୍କୁ ଚକିତ କରିଦେବ । ବିସିସିଆଇ ଏକ ଭିଡିଓ ଶେୟାର କରି ଦେଖାଇଛି କି ବୁମ୍‌ରାହ କଣ କରୁଛନ୍ତି ।
 
ବାଙ୍ଗାଲୁରର ଏମ୍‌.ଚିନ୍ନାସ୍ୱାମୀ ଷ୍ଟାଡିୟମ୍‌ରେ ଅଭ୍ୟାସ ସମୟରେ ୨୩ ବର୍ଷୀୟ ବୁମ୍‌ରାହ ଷ୍ଟମ୍ପକୁ ଲକ୍ଷ୍ୟ କରିଥିଲେ । ଖାସ୍‌ କଥା ହେଲା କି ୟାର୍କର ସ୍ପେଶାଲିଷ୍ଟ ବୁମରାହ ପ୍ରଥମେ ଅଫ୍‌ ଷ୍ଟମ୍ପ ଉଡାଇଲେ, ପରେ ଲେଗ୍‌ ଷ୍ଟମ୍ପକୁ ଏବଂ ଶେଷରେ ଲେଗ୍‌ ଓ ମିଡିଲ୍‌କୁ ଏକ ସଙ୍ଗେ ପକାଇଲେ ।
 
ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭ୍‌ ସ୍ମିଥ୍‌ ତୃତୀୟ ଦିନିକିଆରେ ହାରିବା ପରେ ଜସପ୍ରୀତ ବୁମ୍‌ରାହ ଓ ଭୁବନେଶ୍ୱର କୁମାରଙ୍କ ଖୁବ୍‌ ତାରିଫ୍‌ କରିଥିଲେ । ସ୍ମିଥ୍‌ କହିଥିଲେ କି ଏହି ଉଭୟ ଖେଳାଳୀ ଦୁନିଆର ବେଷ୍ଟ ଡେଥ୍‌ ଓଭର୍‌ ସ୍ପେଶାଲିଷ୍ଟ । ବୁମ୍‌ରାହ ଏବେ ପର୍ୟ୍ୟନ୍ତ ସିରିଜ୍‌ରେ ତିନୋନଟି ଦିନିକିଆରେ ୩ଟି ଓ୍ୱିକେଟ୍‌ ନେଇଛନ୍ତି । ଭୁବନେଶ୍ୱର ତିନୋଟି ମ୍ୟାଚ୍‌ରେ ୪ଟି  ଓ୍ୱିକେଟ୍‌ ନେଇଛନ୍ତି ।