ଓଡିଆନ୍ ନ୍ୟୁଜ

179

ହକି ବିଶ୍ୱକପ୍‌: ପ୍ରଥମ ମ୍ୟାଚରେ ବେଲଜିୟମ ବିଜୟୀ

Team Odian News |

ହକି ବିଶ୍ୱକପ୍‌: ପ୍ରଥମ ମ୍ୟାଚରେ ବେଲଜିୟମ ବିଜୟୀ 


ଭୁବନେଶ୍ୱର,୨୮ /୧୧(ଓଡ଼ିଆନ ନ୍ୟୁଜ ): ପୁରୁଷ ହକି ବିଶ୍ୱକପ୍‌ର ପ୍ରଥମ ମ୍ୟାଚରେ ବୁଧବାର ବେଲଜିୟମ ବିଜୟୀ ହୋଇଛି। କଳିଙ୍ଗ ଷ୍ଟାଡିୟମରେ କାନାଡାକୁ ୨-୧ ଗୋଲରେ ବେଲଜିୟମ ପରାସ୍ତ କରିଛି। ବେଲଜିିୟମ ନିଜର ଅଭିଯାନ ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଥିଲା। ଦଳ ପ୍ରଥମେ ୨ଟି ଗୋଲ ଦେଇଥିଲା। କାନାଡା ଲଢୁଆ ମନୋଭାବ ନେଇ ଖେଳୁଥିଲେ ମଧ୍ୟ ବେଲଜିୟମର ଖେଳାଳିମାନଙ୍କୁ ଅତିକ୍ରମ କରିପାରୁ ନଥିଲେ। କାନାଡା ପାଇଁ ମାର୍କ ପ୍ରଥମ ଗୋଲ ଦେଇଥିଲେ। ଭାରତ ଆଜି ସନ୍ଧ୍ୟା ୭ଟାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅଭିଯାନ ଆରମ୍ଭ ହେବାସହ .ଭାରତ ୨-୦ ଗୋଲରେ ଆଗୁଆ । ଭାରତ ଏବଂ ଦକ୍ଷିଣ ଆଫ୍ରିକାର ଏହି ମୁକାବିଲାକୁ ଦେଖିବା ପାଇଁ କଳିଙ୍ଗ ଷ୍ଟାଡିୟମରେ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ଦେଖାଯାଇଛି। ବିଶ୍ୱ ପ୍ରସିଦ୍ଧ କ୍ରିକେଟର ସଚିନ ତେନ୍ଦୁଲକର ଟୁଇଟ ଜରିଆରେ ହକି ଇଣ୍ଡିଆ ଟିମକୁ ଅଭିନନ୍ଦନ ଜଣାଇଛନ୍ତି। ସଚିନ କହିଛନ୍ତି, ମୁଁ ଆପଣଙ୍କୁ ବିଶ୍ୱାସ କରୁଛି। ଦେଶ ଆପଣଙ୍କୁ ବିଶ୍ୱାସ କରୁଛି।